ରିପୋର୍ଟ କାର୍ଡ / ଭୁବନେଶ୍ୱର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନରେ ମଧ୍ୟ ବିଜେଡି ଆଗରେ ରହିଛି। ପ୍ରଥମ ଓ ଦ୍ୱିତୀୟ ଦିନରେ ବିଜେଡିର ଦମଦାର ବିଜୟୀ ହୋଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳରେ ବର୍ତ୍ତମାନ ସୁଦ୍ଧା ୮୫୧ଟି ଜୋନ୍ର ଟ୍ରେଣ୍ଡ ଆସିଛି। ଏଥିରେ ବିଜେଡି ୭୬୪ଟି ଜୋନ୍ରେ ବିଜୟ ଅଥବା ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୪୩ଟି ଜୋନ୍ରେ ଓ କଂଗ୍ରେସ ୩୭ଟି ଜୋନ୍କୁ ଦଖଲ କରିଛି। ଅପରପକ୍ଷେ ସ୍ୱାଧୀନ ପ୍ରାର୍ଥୀ ୩ଟି ଜୋନ୍ରେ ଓ ଅନ୍ୟମାନେ ୪ଟି ଜୋନ୍ରେ ଆଗୁଆ ରହିଛନ୍ତି |





More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……