ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇଦ୍ରାବାଦର ଶ୍ୟାମସବାଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ପାଖରୁ ୧୮ ଲକ୍ଷ ଟଙ୍କାର ୩୫୦ଗ୍ରାମ ସୁନା ଜବତ ହୋଇଛି। ଯାତ୍ରୀ ଜଣଙ୍କ ଏକ ନିଆର ଢଙ୍ଗରେ ସୁନା ନେଇ ଯାତ୍ରା କରିବାକୁ ଯାଉଥିଲେ । ବ୍ୟାଗ୍ କିମ୍ବା ମନି ପର୍ସ ନୁହେଁ। ସୁନାକୁ ସେ ଡ୍ରେସ୍ରେ ସିଲେଇ କରି ନେଇଯାଉଥିଲେ। ସୁନାକୁ ଛୋଟ ଛୋଟ ମାଳି ଆକାରରେ କରି ସେ ତାକୁ ବୁର୍ଖାରେ ସିଲେଇ କରିଦେଇଥିଲେ। ବୁର୍ଖା ପିନ୍ଧି ସେ ଯାତ୍ରା କରିବାର ଯୋଜନା ରଖିଥିଲେ। କିନ୍ତୁ ପୋଲିସ୍ ହାବୁଡରେ ପଡିଗଲେ। ପୋଲିସ୍ ଉକ୍ତ ଯାତ୍ରୀଙ୍କଠାରୁ ଜବତ କରିଛି। ଯାତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି |






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..