ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ମହାଶିବରାତ୍ରି। ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ ଗୋଡ଼ିକ | ଜାଗର ପାଇଁ ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭିଡ଼ ଲାଗିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଡିସିପି ଏହାର ଦାୟିତ୍ୱ ନେଇଛନ୍ତି। କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୁଲିସ କମିଶନର କହିଛନ୍ତି।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..