ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ପରଲୋକ ହୋଇଛି। ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ। ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପଞ୍ଜାବ ଗଭର୍ଣ୍ଣର ମଧ୍ୟ ହୋଇଥିଲେ । ୮୮ ବର୍ଷ ବୟସରେ ରୋଡ୍ରିଗସ୍ଙ୍କର ଆଜିପର ଲୋକ ହୋଇଛି। ସେନାଧ୍ୟକ୍ଷଙ୍କ ପରଲୋକରେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରୱାଣେ ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ସେନାଧ୍ୟକ୍ଷଙ୍କ ବିୟୋଗ ନେଇ ସେ ଟ୍ୱିଟ୍ କରିଥିବା ବେଳେ ଭାରତୀୟ ସେନା ତାର ପୂର୍ବତନ ଚିଫ୍ ଅଫ ଆର୍ମି ଷ୍ଟାଫ (ସିଓଏଏସ୍)ଙ୍କୁ ହରାଇଲା ବୋଲି ଉଲ୍ଲେଖ କରିଛନ୍ତି। ସେ ଜଣେ ବିଚାରକ ଓ ରଣନୀତିକାର ଭାବେ ବେଶ ଜଣାଶୁଣା ଥିଲେ। ସେ ତାଙ୍କ ପଛରେ ରାଷ୍ଟ୍ରପତି ଅତ୍ୟାଧିକ ସମର୍ପଣ ଓ ସେବାର ଭାବନା ଛାଡି ଯାଇଛନ୍ତି ବୋଲି ଜେନେରାଲ ନରୱାଣେ ଉଲ୍ଲେଖ କରିଛନ୍ତି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..