Report Card Odisha

| Daily Odia News

ଯୁଦ୍ଧ ରୁ ବିରତି ଘୋଷଣା କଲା ରୁଷ…..

Service members of pro-Russian troops in uniforms without insignia drive an armoured vehicle with the symbol "Z" painted on its side in the separatist-controlled village of Bugas during Ukraine-Russia conflict in the Donetsk region, Ukraine March 6, 2022. REUTERS/Alexander Ermochenko

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୧୨ ଦିନ ଧରି ଭୟଙ୍କର ହମଲା ଜାରି ରଖିବା ପରେ ଆଜି ରୁଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରାଯାଇଛି। କିଭ୍‌, ମାରିୟୁପୋଲ, ଖାରକିଭ୍ ଏବଂ ସମିରେ ମସ୍କୋ ସମୟ ସକାଳ ୧୦ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯୁଦ୍ଧକୁ ବିରାମ ଦିଆଯାଛି। ଯୁଦ୍ଧ ଯୋଗୁ ଏସବୁ ସ୍ଥାନରୁ ସାଧାରଣ ନାଗରିକିଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଛି। ଆକ୍ରମଣରେ ୟୁକ୍ରେନର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟୁଛି। ତେଣୁ ଉକ୍ତ ଅଞ୍ଚଳରେ ୱାର ଜୋନ୍‌ରେ ଫସିଥିବା ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମାନିବିକ କରିଡର ଲାଗି ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ଦୁଇ ଦିନ ପୂର୍ବେ ଭଭୟ ଦେଶର ବୁଝାମଣା ପରେ ସାମୟିକ ଭାବେ ଅସ୍ତ୍ର ବିରତି ଘୋଷଣା କରାଯାଇଥିଲା। ହେଲେ ସମସ୍ତ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ବହୁ ସମସ୍ୟା ଉପୁଜିଥିଲା। ଫଳରେ ଏହି ପ୍ରକ୍ରିୟା ସରି ନଥିବା ବେଳେ ପୁଣି ରୁଷ ପକ୍ଷରୁ ହମଲା ଆରମ୍ଭ ହୋଇ ଯାଥିଲା। ଗତକାଲି ଆକ୍ରମଣରେ ୟୁକ୍ରେନର ୨ ସାଧାରଣ ନାକରିକଙ୍କ ମୃତ୍ୟୁ ଘଯିଛି। ଗତକାଲି ରୁଷ ପକ୍ଷରୁ ଏକ ଆବାସିକ ଘର ଉପରେ ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୟୁକ୍ରେନ୍‌ର କ୍ରାମାଟୋରସ୍କରେ ଏହି ଆକ୍ରମଣ କରାଯାଇଛି। ସାଧାରଣ ନାଗରିକିଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ପୁଣି ଥରେ ଅସ୍ତ୍ରବିରତି ଘୋଷଣା କରାଯାଥିବା ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ୟୁକ୍ରେନରେ ଫସିଥିବା ଆଉ କିଛି ଭାରତୀଙ୍କ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Breaking News