ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେକର୍ଡସ୍ତରରେ ପହଞ୍ଚିଲା ଅଶୋଧିତ ତୈଳଦର। ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୩୦ ଡଲାରରେ ପହଞ୍ଚିଛି। ୧୪ ବର୍ଷ ମଧ୍ୟରେ ତୈଳଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ସୂଚନା ମିଳିଛି। ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପୁଣି ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ପେଟ୍ରୋଲ ଡିଜେଲ ଦର ଆହୁରି ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଏବେ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ତେବେ ଏହା ସ୍ଥିତି କମ୍ ଦିନ ପର୍ଯ୍ୟନ୍ତ ବଜାୟ ରହିପାରେ ବୋଲି ଆଶା କରାଯାଉଛି। ତେବେ ରେକର୍ଡସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାରୁ ଆସନ୍ତା ସପ୍ତାହରେ ତୈଳ ଦରରେ ବଡ ଧରଣର ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି। ମାର୍ଚ୍ଚ ୧୦ ପରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି। ଆଜି କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି। ଦୁଇ ଦିନ ଭିତରେ ଅଶୋଧିତ ତୈଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ଅତିକ୍ରମ କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ଦେଖାଦେଇଛି। ତେଣୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୧୩୦.୩ ଡଲାରରେ ପହଞ୍ଚିଥିବା ଜଣାପଡ଼ିଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……