Report Card Odisha

| Daily Odia News

ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରୋଡ୍‌ ସୋ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୨ ନିର୍ବାଚନରେ ବିଜେପି ୫ ରାଜ୍ୟରୁ ୪ ରାଜ୍ୟରେ ନିଜର ଶକ୍ତି ପ୍ରଦର୍ଶନ କରିଛି | ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’ କରିଛନ୍ତି। ଏହି ରୋଡ୍‌ ସୋ’ ଅହମଦାବାଦ ବିମାନ ବନ୍ଦରରୁ ୬ କିଲୋମିଟର୍‌ ଦୂର ଗାନ୍ଧୀନଗରସ୍ଥିତ ‘ବିଜେପି’ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା। ‘ବିଜେପି’ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ଗସ୍ତ ହେଉଛି ବିଧାନସଭା ନିର୍ବାଚନ ପ୍ରଚାରର ଅୟମାରମ୍ଭ। ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଆ‌ୟୋଜନ କରାଯିବ। ମାର୍ଚ ୧୧ ଓ୧୨ ତାରିଖ, ଦୁଇ ଦିନ ପାଇଁ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଚାୟତରୁ ନିର୍ବାଚିତ ୧ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିନିଧିମାନଙ୍କ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମଧ୍ୟ ଅହମଦାବାଦସ୍ଥିତ ଏକ ଷ୍ଟାଡିୟମ୍‌ରେ ‘ଖେଳ ମହାକୁମ୍ଭ’ ନାମରେ କ୍ରୀଡ଼ା ଉତ୍ସବ ଉଦ୍‌ଘାଟନ କରିବେ। ଏହା ବ୍ୟତିରେକେ, ସେ ଗାନ୍ଧୀନଗର ଜିଲ୍ଲାର ଲାବାଡ଼ରେ ଥିବା ରାଷ୍ଟ୍ରୀୟ ରକ୍ଷା ବିଶ୍ବବିଦ୍ୟାଳୟ‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଭିଭାଷଣ ପ୍ରଦାନ କରିବେ।

Breaking News