Report Card Odisha

| Daily Odia News

୪ ଘଣ୍ଟା ଶ୍ରୀଜୀଉଙ୍କ ସାଧାରଣ ଦର୍ଶ ବନ୍ଦ…..

ରିପୋର୍ଟକାର୍ଡ / ପୁରୀ

ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ । ଏନେଇ ଦ୍ବିପ୍ରହର ଧୂପ ଅର୍ଥାତ ଅପରାହ୍ନ ସାଢେ ଚାରିଟାରୁ ରାତି ସାଢେ ଆଠଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ସେପଟେ ପୁରୀରେ ପହଂଚିଛି ଦ୍ଵିତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି। ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ ସହ ୨୦ ଫୁଟ ଲମ୍ବର ଅସନ ଓ ଧଉରା ୧୩ ଖଣ୍ଡ କାଠ ଆସି ପହଞ୍ଚିଛି ।

Breaking News