ରିପୋର୍ଟକାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ରାଜ୍ୟରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସୂଚନାଯୋଗ୍ୟ, ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଭିନ୍ନ ବୁଥ୍ ମୁହାଁ ହେବେ ପୋଲିଂ କର୍ମଚାରୀ । ଆଜି ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ ।






More Stories
ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ..…
୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି…..
ମମତାଙ୍କ ବିରୋଧରେ ମାମଲା ରୁଜୁ…..