ରିପୋର୍ଟ କାର୍ଡ / ଭୁବନେଶ୍ଵର
ଶେଷ ହେଲା ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଅପରାହ୍ନ ୫ ଟା ସୁଦ୍ଧା ୫୦ %ରୁ ଅଧିକ ମତଦାନ ହୋଇଛି । ତେବେ ଆଗାମୀ ସମୟରେ ନିର୍ବାଚନ କମିଶନ ସଂପୂର୍ଣ୍ଣ ମତଦାନ ନେଇ ସୂଚନା ଦେବେ । ସୂଚନାଯୋଗ୍ୟ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହୋଇଛି । ୩ ମହାନଗର ନିଗମ, ୪୭ ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ହୋଇଛି । ମତଦାନ ପାଇଁ ସାରା ରାଜ୍ୟରେ ୧୯୫ ପ୍ଳାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତଥାପି ପଂଚାୟତ ଭୋଟରେ ହିଂସା ଭଳି ପୌର ନିର୍ବାଚନର ଅନେକ ମତଦାନ କେନ୍ଦ୍ରରେ ବିଶୃଙ୍ଖଳା ସହିତ ହିଂସାତ୍ମକ ଘଟଣା ଘଟିଥିବା ସୂଚନା ମିଳିଛି |






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..