ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଅର୍ଥନୈତିକ ସଂକଟ ଦେଖାଦେଇଛି । ଶ୍ରୀଲଙ୍କାରେ ଜନସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ବଜାରରେ ବିଭିନ୍ନ ନିତ୍ୟ ଆବଶ୍ୟକ ସାମଗ୍ରୀର ଦାମ୍ ହୁହୁ ହୋଇ ବଢ଼ିଚାଲିଛି । ଯାହା ଫଳରେ ଶ୍ରୀଲଙ୍କାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତିରେ କିଛି ଅସୁବିଧା ଦେଖା ଦେଇଥିଲା । ଯାହା ଏବେ ବଡ଼ ଧରଣରୁ ବିପଦକୁ ଟାଣି ଆଣିଛି । ବଜାରର ଦାମ୍ ଅଣାୟତ୍ତ ହୋଇପଡ଼ିଛି । କ୍ଷୀର, ପାଉଁରୁଟି, ଚିନି, ଚାଉଳ ଭଳି ଦୈନନ୍ଦିନ ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଛି | ପେଟ୍ରୋଲ ଓ ଡିଜେଲ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଶ୍ରୀଲଙ୍କାରେ ଏପରି ସମସ୍ୟାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି । ଲୋକ ମାନେ ସରକାରଙ୍କୁ ତୀବ୍ର ବିରୋଧ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅପିଲ ମଧ୍ୟ କରୁଛନ୍ତି । ଅନ୍ୟପଟେ ଲୋକଙ୍କ ସମାଗମକୁ ଦେଖି ସରକାର ଗ୍ୟାସ ଷ୍ଟେସନରେ ସାମରିକ ନିୟୋଜିତ କରିଛନ୍ତି । ଶ୍ରୀଲଙ୍କା ତାର ଅଧିକାଂଶ ସାମଗ୍ରୀ ଅନ୍ୟ ଦେଶଠାରୁ ଆମଦାନୀ କରିଥିାଏ । ନିତ୍ୟବ୍ୟବାହ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ଜିନିଷ ଅନ୍ୟ ଦେଶଠାରୁ ଆଣିଥାଏ ଶ୍ରୀଲଙ୍କା । ସବୁଠାରୁ ବଡ଼ କଥା ହେଉଛି ତେଲ ଓ ଔଷଧ ମଧ୍ୟ ଅନ୍ୟଠାରୁ ମଗାଇଥାଏ ଶ୍ରୀଲଙ୍କା । ଗତ ବର୍ଷ ଡିସେମ୍ବରରେ ଶ୍ରୀଲଙ୍କା ସରକାର ପେଟ୍ରୋଲିୟମ ଦ୍ରବ୍ୟର ଅଂଶ ୨୦ ପ୍ରତିଶତ ଆମଦାନୀ କରିଥିଲେ । ଯାହାକି ଶ୍ରୀଲଙ୍କାରେ କମ୍ ରହିଥିଲା । ହି କାରଣରୁ ସେଠାରେ ଅତ୍ୟାବଶ୍ୟକ ଜିନିଷର ଅଭାବ ଦେଖାଦେଇଛି । ତେଣୁ ନିତ୍ୟବ୍ୟବହାର ସାମଗ୍ରୀର ଦାମ୍ ଆକାଶ ଛୁଆଁ ହୋଇଛି ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….