ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭଦ୍ରକ ଜିଲ୍ଲା ଧାମନଗର ୱାର୍ଡ ନମ୍ବର ୩,୮,୯,୧୭.୧୮ ରେ ଏପ୍ରିଲ ୫ ତାରିଖରେ ସାନି ନିର୍ବାଚନ ହେବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ତାରିଖ ଧାର୍ଯ୍ୟ କରାଯାଇଛି । ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟ୍। ୬ ତାରିଖ ଦିନ ଗଣତି ହେବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ୍। ସୂଚନା ଥାଉକି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ମୃତକ ହେଉଛନ୍ତି ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ । ପ୍ରତାପ ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମର କେତେକ ଲୋକ ବାହାରକୁ ବହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା । ବିଜେପି ନେତାଙ୍କ ଦ୍ଵାରା ହତ୍ୟା ଅଭିଯୋଗ କରିଥିଲା ବିଜେଡି । ମତଦାନ ବେଳେ ବୁଥ୍ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଥିଲା । ରମେଶ ଲେଙ୍କା ଏଥିରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଜାଣିଶୁଣି ଏଜେଣ୍ଟ ମାନେ ମେସିନ ଭାଙ୍ଗିଥିବା ଅଭିଯୋଗ ଆଣିଥିଲେ ବିଜେପି ନେତା । ଏହି ଘଟଣା ପରେ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଥିଲେ । ୬ ବୁଥର ଭୋଟ ବନ୍ଦ ଅଛି । ସବୁଠି ସାନି ମତଦାନ ହୋଇଥିବା ବେଳେ ଧାମନଗରରେ ଉଦ୍ଦେଶ୍ୟମୂଳକ ଭାବେ ନିର୍ବାଚନକୁ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଥିଲେ ।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……