ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି। କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି। ଦେଶ ତୂଳନାରେ ଓଡିଶାର ଅଭିବୃଦ୍ଧି ହାର ବୃଦ୍ଧି ଘଟି ୯ ରୁ ୯.୫ ପ୍ରତିଶତ ରହିବାର ଆକଳନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୨୦ ହଜାର ୩ ଶହ ୪୪ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସେଥିମଧ୍ୟରୁ କାଳିଆ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କା, ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ଓ ଶହ କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬ ଶହ ୮୮ କୋଟି ଟଙ୍କା, ଉଦ୍ୟାନ କୃଷି ବିକାଶ ଯୋଜନା ଅଧୀନରେ ୧ ଶହ ୫୭ କୋଟି ଟଙ୍କା, ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟକୁ ଗବେଷଣା ଓ ଶିକ୍ଷା ନିମନ୍ତେ ୧ ଶବ୍ଦ ୬ କୋଟି ଟଙ୍କାର ଅନୁଦାନ, ପଶୁସମ୍ପଦର ସ୍ବାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୨ ଶହ ୭୩ କୋଟି ଟଙ୍କା, ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ବିକାଶ ନିମନ୍ତେ । ଶହ ୮୨ କୋଟି ଟଙ୍କା, କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା, ଦୁଗ୍ଧ ଉତ୍ପାଦନର ଅଭିବୃଦ୍ଧି ଲାଗି ୩୧ କୋଟି ଟଙ୍କା, କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୨ ଶହ । କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରିମିୟମ ସବସିଡି ବାବଦକୁ ଓ ଶହ କୋଟି ଟଙ୍କା, ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧ ଶହ ୫୦ କୋଟି ଟଙ୍କା ଏବଂ ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ମୋଟ୍ ୫ ହଜାର ୫ ଶହ ୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
More Stories
ଆଜି କାଳବୈଶାଖୀ.…
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……