ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ କ୍ୟାମେରାମେନ ମାନସ ସ୍ୱାଇଁ ହତ୍ୟା ମାମଲାର ସତ ଓଗାଳିଲା ରଞ୍ଜନ | କ୍ରାଇମ୍ବ୍ରାଞ୍ଚ ଜେରାରେ ସତ ମାନିଲେଶର୍ମିଷ୍ଠା। ଏବେ ଅଡୁଆରେ ନିରଞ୍ଜନ ସେଠୀ। ଜେରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମ୍ବ୍ରାଞ୍ଚକୁ ସୂଚନା ଦେଇଥନ୍ତି ଶର୍ମିଷ୍ଠା । ଏବେବି ଲୁଚି ରହିଥିବା ଆହୁରୀ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଲାଗିପଡିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଖବର ଅନୁଯାୟୀ, କ୍ରାଇମ୍ବ୍ରାଞ୍ଚ ଜେରା ସମୟରେ ଶର୍ମିଷ୍ଠା ସବୁ ସତ ମାନିଯିବା ପରେ ଏବେ ଅବସରପ୍ରାପ୍ତ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ ଅଡୁଆ ଜାଲରେ ଛନ୍ଦି ହୋଇଯାଇଛନ୍ତି । ଘଟଣା ସମ୍ପର୍କରେ ସେ ବେଶି କିଛି ଜାଣିନାହାନ୍ତି ବୋଲି ୨ ଦିନ ହେଲା କ୍ରାଇମବ୍ରାଞ୍ଚକୁ ଯେଭଳି ଭୁଆଁ ବୁଲାଉଥିଲେ ଏବେ ତାହା ଧରା ପଡ଼ିଯାଇଛି । ମାନସଙ୍କ ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ନଥିବା ସେ କହିଆସୁଛନ୍ତି । ସେପଟେ ଆଜି ମାମଲାରେ ସମ୍ପୃକ୍ତତ ଥିବା ରାଜ କମ୍ୟୁନିକେସନ୍ର ମାଲିକ ରଞ୍ଜନ ନାୟକ ସତ ଓଗାଳିଛନ୍ତି | କହିଛନ୍ତି କି ମାନସକୁ ଆଶ୍ରମରେ ରଖି ମାଡମରା ଯାଇଥିଲା | ଏହି ସମୟରେ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ | ମାନସର ମୃତ୍ୟୁ ପରେ ଶର୍ମିଷ୍ଠାଙ୍କ କାର ରେ ନେଇ ନୟାଗଡ଼ ରଣପୁରଠାରେ ପୁତି ଦିଆଯାଇଥିଲା | ମାନସ ହତ୍ୟା ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ଶର୍ମିଷ୍ଠା, ନିରଞ୍ଜନଙ୍କ ସହ ୪ ଅଭିଯୁକ୍ତଙ୍କୁ ରିମାଣ୍ଡ୍ରେ ଆଣି ଜେରା କରିବା ମଧ୍ୟରେ ୨ ଦିନ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଯାଇଥିବାରୁ ଆଗକୁ ଏହି ହତ୍ୟାକାଣ୍ଡର ଆହୁରି ଗହନ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ତଦନ୍ତକାରୀ ଦଳ ଆଶା ରଖିଥିବା ସୂଚନା ମିଳିଛି ।
More Stories
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..