ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ବଜେଟ ଅଧିବେଶର ଶେଷ ଦିନ | ବିଧାନସଭା ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ ୫ -ଟି ଓ ମୋ ସରକାର ବ୍ୟବସ୍ଥାକୁ ତେରଛା ବାଣ ମାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଫାଇଭ୍-ଟି ଦ୍ୱାରା ସରକାରୀ ବିଭାଗଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ କହିଛନ୍ତି ସୌମ୍ୟ । ଏହାଦ୍ୱାରା ପାରମ୍ପରିକ ନିୟମାବଳୀ ଅନୁଯାୟୀ ହେଉଥିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହାଦ୍ୱାରା ପ୍ରଶାସନର ସ୍ୱଚ୍ଛତା ଓ ଦକ୍ଷତା ଉପରେ ଆଗକୁ ପ୍ରଶ୍ନ ଉଠିବ ବୋଲି ସେ କହିଛନ୍ତି । ନଦୀ ଜଳ ପରିଚଳନା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀଙ୍କ ଉତ୍ତର ଶୁଣି ସୌମ୍ୟ ଏଭଳି କହିଥିଲେ । ସୌମ୍ୟ ଆହୁରି କହିଛନ୍ତି ଯେ, ମନ୍ତ୍ରୀଙ୍କର ଉତ୍ତର ଶୁଣିବାକୁ ବହୁତ ଭଲ ଲାଗୁଛି । ଅନେକ ଗୁଡିଏ ନୂଆ ନୂଆ କଥା ଜାଣିବାକୁ ପାଉଛୁ । ଜଳ ସାକ୍ଷରତା, ନିରନ୍ତର ଜଳ ପରିଚାଳନା ଏବଂ ଜଳକୁ କିପରି ସୁରକ୍ଷିତ ରଖାଯିବ, ୟୁଥ ଫର ଓ୍ୱାଟର ଏବଂ ମୋ ନଦୀ ଅଭିଯାନ ଭଳି କଥା କାନକୁ ଭଲ ଶୁଭୁଛି । ତେବେ ସବୁ କଥାରେ ମୋ’ ଶବ୍ଦର ବ୍ୟବହାର କରିବାର ପ୍ରବଣତା ଅଧିକ ହୋଇଯାଉଛି ବୋଲି ମନେ ହେଉଥିବା କହିଛନ୍ତି ସୌମ୍ୟ । ଯେଉଁଥିରେ ମୋ’ ଶବ୍ଦ ଲାଗୁଛି, ସେସବୁରେ ନିଜକୁ ସମ୍ପୃକ୍ତ କରୁଛୁ। ସେହି ଅନୁପାତରେ ବିକାଶ ହେଉଛି କି ନାହିଁ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ବୋଲି ସେ କହିଛନ୍ତି । ଆଜି ଆଲୋଚନା ବେଳେ ଗୃହରେ ନଦୀ ଶୁଷ୍କ ହୋଇଯାଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ସୌମ୍ୟ । ଏଥିସହ କହିଥିଲେ, ନଦୀ ଜଳ ଆମର ବଡ଼ ସଂପଦ । ସରକାର ଜଳ ନୀତି ଆଣିଛନ୍ତି । ହେଲେ ବୈତରଣୀରୁ ଲୋକେ ଆଉ ପାଣି ପାଉନାହାନ୍ତି ତେଣୁ ଏ ଜଳ ନୀତିର ମାନେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଯେଉଁଠି ନଦୀ ଶୁଷ୍କ ହେଉଛି, ସେଠି ଜଳ ପ୍ରବାହିତ ପାଇଁ ବିଭାଗ ପଦକ୍ଷେପ ନେଉଛି ବୋଲି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….