ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଛି । ସେହିପରି ଅବିନାଶ ରାଉତଙ୍କୁ ଏସସିସି ରେଜିଷ୍ଟ୍ରାର(ଆଡମିନିଷ୍ଟ୍ରେସନ)ର ଦାୟିତ୍ୱ ଦିଆଯାଇଛି । ଏହା ସହ ପ୍ରଶାସନ ବିଭାଗ ଓଏସଡି ହୋଇଛନ୍ତି ଦିଲ୍ଲୀପ କୁମାର ମହାରଣା । କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି । ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ଭାବେ ବଦଳି ହୋଇଥିବା ବେଳେ ଫାଲଗୁନୀ ମାଝୀଙ୍କୁ ଗଜପତିର ଆଇଟିଡିଏ ପିଏ ଭାବେ ଦାୟିତ୍ୱ ଦିଆଯାଇଛି ।






More Stories
୨୭ରୁ ପୁଣି ବଡ଼ ବର୍ଷା…..
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..