ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଲୋକସଭାରେ ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ଅପରାଜିତା କହିଛନ୍ତି । ଏହାର ଜବାବ ରଖି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଅପରାଜିତ ମାଡାମ୍ ଓଡିଶାରେ ଆଇଏଏସ୍ ଅଫିସର ଭାବେ କାମ କରିଛନ୍ତି । ଓଡିଶାରେ ନବୀନ ସରକାରଙ୍କର କୌଣସି ବି କାମ ବିନା ନିୟମରେ ହୁଏନାହିଁ ବୋଲି ସେ ଜାଣିଛନ୍ତି । ତେଣୁ ପୁରା ଭୁଲ୍ କହୁଛନ୍ତି । ଯାହାବି କାମ ହେଉଛି, ତାହା NMAର ଅନୁମତି ଅନୁସାରେ ହେଉଛି । ସେଇଟା ଏଏସ୍ଆଇରେ ମଧ୍ୟ ସାମିଲ ଅଛି । ସେଠାରେ କୌଣସି ଖନନ କାର୍ଯ୍ୟ ହେଉନାହିଁ । ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି । ସେଥିରେ ୨ଟି ପୁରୁଷ ଏବଂ ୨ଟି ମହିଳାଙ୍କ ଲାଗି ।ଜଗନ୍ନାଥଙ୍କ ଉପରେ କୌଣସି ବିପଦ ନାହିଁ । ଏହି ସବୁ ତଥ୍ୟକୁ ଶୁଣିବା ପରେ ଏହା ତଦନ୍ତର ବିଷୟ ବୋଲି କହିଛନ୍ତି ମାନ୍ୟବର ଚେୟାରମ୍ୟାନ୍ ରମା ଦେବୀ ।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..