ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ। ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି। ଆଉ ୬ ମାସ ପାଇଁ ଅବଧି ବଢାଇବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅତିରିକ୍ତ ୫ କେଜି ଚାଉଳ ମିଳିବ। ହିତାଧିକାରୀଙ୍କୁ ପ୍ରତିମାସ ଅତିରିକ୍ତ ୫ କେଜି ଚାଉଳ ପ୍ରଦାନ କରାଯିବ। ଏହାଦ୍ୱାରା ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ଖାଦ୍ୟ ନିଗମରୁ ୨୪,୨୭୦ ଟନ୍ ଚାଉଳ ପ୍ରଦାନ କରାଯିବା ସହ ରାଜ୍ୟ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..