ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାରକୁ ପଛରୁ ଟ୍ରକ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି | ମିଳିଥିବା ସୂଚନା ଅନୁସାରେ- ଆଜି ପଳାଶୁଣୀ ବସ୍ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍ ହେଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡମ୍ଫରଟି ବ୍ରେକ୍ ମାରି ରହିଯାଇଥିଲା। ଏହି ସମୟରେ ଡମ୍ଫର ପଛରେ ଯାଉଥିବା କାର୍ଟି ମଧ୍ୟ ପଛରେ ଅଟକି ରହିଯାଇଥିଲା। ପରେ ପଛରୁ ଦ୍ରୁତଗତିରେ ଆସୁଥିବା ହାଇଓ୍ୱାଟି କାର୍ ପଛରେ ଠିଆ ହୋଇଥିବା ଉକ୍ତ କାରକୁ ଧକ୍କା ଦେଇଥିଲା। କାର୍ଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ୱାଟି ଡମ୍ଫର ପଛରେ ଥିବା କାର୍ ଉପରେ ଚଢିଯାଇଥିଲା। ଗାଡ଼ି ଭିତରେ କାର୍ ଡ୍ରାଇଭର ଚାପି ହୋଇଯାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ କ୍ରେନ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ସେହିପରି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅନେକ ସମୟ ଧରି ରାସ୍ତା ଜାମ୍ ହୋଇଥିଲା ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……