ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଛି । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି ରାଜ୍ୟର ମୁଖିଆଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ହାଇକମାଣ୍ଡଙ୍କ ଠାରୁ ଏକ ଚିଠି ଆସିଥିଲା। ମାତ୍ର ସେଥିରେ ଇସ୍ତଫା ନେଇ କିଛି ଉଲ୍ଲେଖ ନଥିବା ନିରଞ୍ଜନ କହିଥିଲେ। ତେବେ ବର୍ତ୍ତମାନ ରାଜ୍ୟ କଂଗ୍ରେସ ରେ ନିରଞ୍ଜନ ହଟାଅ ଅଭିଯାନ ଆରମ୍ଭ ହୋଇଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ୪୦ରୁ ଅଧିକ ଯୁବନେତା ଦିଲ୍ଲୀ ଗସ୍ତ କରି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ଭାରତବର୍ଷରେ ଦିନକୁ ଦିନ କଂଗ୍ରେସ ପତନ ଆଡକୁ ଗତିକରୁଛି | ଓଡ଼ିଶାରେ ମଧ୍ୟ କଂଗ୍ରେସ ତଦ୍ରୁପ ଅବସ୍ଥା । ନିକଟରେ ସମାପ୍ତ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ସ୍ଥିତି ନିମ୍ନମାନର ରହିଥିଲା । ନିକଟରେ କଂଗ୍ରେସର କିଛି ବିଧାୟକ ଓ ନେତା ଦଳୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..