Report Card Odisha

| Daily Odia News

କାଲିଫର୍ଣ୍ଣିଆରରେ ଗୁଳିମାଡ଼ , ୬ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋ ସହରରେ ରବିବାର ଗୁଳିମାଡ଼ ହୋଇଛି | ଗୁଳିମାଡରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ ଜଣ ଲୋକ ଆହତ ହୋଇହିବା ସୂଚନା ମିଳିଛି । ସ୍ଥାନୀୟ ସମୟ ରବିବାର ସକାଳେ ଏହି ଗୁଳିକାଣ୍ଡ ହୋଇଛି। ଅଧିକାରୀମାନେ ଗୁଳିମାଡ଼ରେ ଆହତ ୧୫ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକମାନଙ୍କ ନାମ ଓ ବୟସ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଦୂରରୁ ଗୁଳିମାଡ଼ର ଆଖିବୁଜା ଶବ୍ଦ ଶୁଣି ଲୋକମାନେ ରାସ୍ତାରେ ଭୟଭୀତ ହୋଇ ଦୌଡ଼ୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ମୁତୟନ ହେବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଲୋକମାନଙ୍କୁ ସେହି ସ୍ଥାନକୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

Breaking News