ରିପୋର୍ଟ କାର୍ଡ / ରାୟଗଡା
ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ସହ ୯ ଲକ୍ଷ ଟଙ୍କା ଲୁଟ ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଆନ୍ଧ୍ରପ୍ରଦେଶ ସୀମାର ଜମାଦେଈପେଣ୍ଠରେ। ବ୍ୟବସାୟୀ ଜଣଙ୍କ ଘର ଆନ୍ଧ୍ରର ପାର୍ବତୀପୁରମରେ। ସେ ଆନ୍ଧ୍ରରୁ ସୁନା ଗହଣା ଆଣି ରାୟଗଡ଼ାରେ ସୁନା ଦୋକାନୀ ମାନଙ୍କୁ ବିକ୍ରି କରୁଥିଲେ। ଗତକାଲି ସଂନ୍ଧ୍ୟା ସମୟରେ ବ୍ୟବସାୟୀ ଜଣକ ସ୍କୁଟିରେ ରାୟଗଡ଼ାରୁ ଆନ୍ଧ୍ରକୁ ଫେରୁଥିଲେ। ଏହି ସମୟରେ ସୀମାବର୍ତ୍ତୀ ଜମାଦେଈପେଣ୍ଠ ନିକଟରେ କିଛି ଲୁଟେରା ବୁଲେଟରେ ଆସି ବାଟରେ ତାଙ୍କୁ ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ଭୟଭୀତ କରି ୯୦୦ ଗ୍ରାମରୁ ଅଧିକ ସୁନା ଓ ନଗଦ ୯ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ଶେଷ ଖାଲ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
More Stories
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……
ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା…..