Report Card Odisha

| Daily Odia News

ଦେଶରେ ଡିଜିଟାଲ ଷ୍ଟ୍ରାଇକ: ୨୨ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତ ସରକାର ଦେଶର ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଛନ୍ତି | ୨୦୨୧ ଆଇଟି ନିୟମ ଅନୁଯାୟୀ, ୧୮ଟି ଭାରତୀୟ ଏବଂ ପାକିସ୍ତାନରେ ଚାଲୁଥିବା ୪ଟି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ କହିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ଭାରତର ବିଦେଶୀ ସମ୍ବନ୍ଧ ଏବଂ ସାର୍ବଜନିକ ବ୍ୟବସ୍ଥା ଇତ୍ୟାଦି ଉପରେ ମିଛ ଗୁଜବ ସୋଶିଆଲ ମିଡିଆରେ ପ୍ରଚାର କରୁଥିଲେ ଏହି ଚ୍ୟାନେଲ । ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ ଆଦେଶ ଜାରି କରିଛନ୍ତି ଭାରତ ସରକାର । ଏହା ବ୍ୟତୀତ ୩ଟି ଟ୍ୱିଟର, ଗୋଟିଏ ଫେସବୁକ୍ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍ ୱେବସାଇଟକୁ ମଧ୍ୟ ବ୍ଲକ୍ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ରାଷ୍ଟ୍ରୀୟ ସୁରକ୍ଷା ଉପରେ ମଧ୍ୟ ଅନେକ ମିଛ ଖବର ପ୍ରସାରିତ କରୁଥିବା ଜଣାଯିବା ପରେ ଏହାକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ସଶସ୍ତ୍ର ବଳ, ଜମ୍ମୁ-କାଶ୍ମୀର ଆଦି ବିଷୟ ଉପରେ ମିଛ ଖବର ପ୍ରସାରଣ କରିବା ପାଇଁ ପାକିସ୍ତାନର କିଛି ୟୁଟ୍ୟୁବ ଚ୍ୟାନେଲର ସାହାଯ୍ୟ ନିଆଯାଉଥିଲା । ଅନ୍ୟ ଦେଶ ସହିତ ଭାରତର ସମ୍ପର୍କ ଖରାପ କରିବା ପାଇଁ ଏହି ଚ୍ୟାନେଲ କାମ କରୁଥିବା ଜାଣିବା ପରେ ଭାରତ ସରକାର ଏପରି ଏକ କହା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି ଭାରତ ସରକାର ।

 

Breaking News