ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର ପଳାଶୁଣୀ ଛକରେ ଗତ ୪ ତାରିଖ ଦିନ ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର୍ ଗିରଫ ହୋଇଛନ୍ତି । ଡ୍ରାଇଭର୍ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ଭୋଗଡ଼ା ଗ୍ରାମର ସୌଭାଗ୍ୟ ପାତ୍ର ବୋଲି ଜଣାପଡିଛି । କମିଶନରେଟ୍ ପୋଲିସ ଆଜି ସୌଭାଗ୍ୟକୁ ଗିରଫ କରିଛି। ଓଭୋରଲୋଡିଂ ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଉଲେଖ ଯୋଗ୍ୟ-ଗତ ୪ ତାରିଖ ଦିନ ଭୁବନେଶ୍ଵର ପଳାଶୁଣୀ ଛକରେ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକ କାର୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ଏକ ପଲ୍ସର ବାଇକ୍ ମଧ୍ୟ ଭାଙ୍ଗିଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..