ରିପୋର୍ଟ କାର୍ଡ / କଟକ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ପାଇଁ ମାମଲାରେ ହାଇକୋର୍ଟ ଆଜି ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ତଲବ କରିଛନ୍ତି। ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ, କିଏ କରୁଛି,କ’ଣ ନିର୍ମାଣ ହେଉଛି ଏବଂ ମନ୍ଦିର ପ୍ରତି ବିପଦ ଅଛି କି ନାହିଁ ଏ ସମ୍ପର୍କରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏନେଇ ରାଜ୍ୟ ସରକାର ଓ ଏଏସଆଇକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକେର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉଲ୍ଲେଖ ଯୋଗ୍ୟ-ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପାଖରେ ୧୦୦ ମିଟର ପରିଧି ଭିତରେ ବଡ଼ ବଡ଼ ଗାତ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହା ବେଆଇନ୍ ଦର୍ଶାଇ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିଲେ।






More Stories
ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର…..
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ……