ରିପୋର୍ଟ କାର୍ଡ / କଟକ
ସାମ୍ବାଦିକ ଙ୍କୁ ମାଡ଼ ମାରିଥିବା ଥାନା ଅଧିକାରୀଙ୍କୁ ନିଲମ୍ବନ ଦାବୀ କଲା ଓଡିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ କଟକ (୯/୪ )ଆଜି ଓଡ଼ିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ଜେନା ଙ୍କ ନେତୃତ୍ୱ ରେ ଏକ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପହଁଞ୍ଚି ପୋଲିସ ମହା ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଯେଉଁଥିରେବାଲେଶ୍ୱର ନୀଳଗିରି ର କର୍ତ୍ତବ୍ୟ ରତ କନକ ନ୍ୟୁଜ ସାମ୍ବାଦିକ ଙ୍କ ଉପରେ ନୀଳଗିରି iic ଙ୍କ ବର୍ବର କାର୍ଯ୍ୟ ର ଦୃଢ ନିନ୍ଦା କରିବା ସହ ତାଙ୍କୁ ଚାକିରୀ ରୁ ବହିଷ୍କାର ତଥା ଏକ ନିରପେକ୍ଷ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିବା ସହ ସାତ ଦିନ ମଧ୍ୟରେ ଏହା କରା ନ ଗଲେ ଓଡିଶା ୱେବ ମିଡ଼ିଆ ସଙ୍ଘ ରାଜରାସ୍ତା କୁ ଓଲ୍ହାଇଵ ବୋଲି ଚେତାବନୀ ଦେଇଛନ୍ତି | ଆଜିର ଏହି ଦାବିପତ୍ର ଦେବା ସମୟରେ ଓଡିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଅମୁଲ୍ୟ ଜେନା, ରାଜ୍ୟ ସମ୍ପାଦକ ସଞ୍ଜୟ ଶତପଥି, କଟକ ଜିଲ୍ଲା ସଭାପତି ଅମୁଲ୍ୟ ବାରିକ, ବିସ୍ମୟ ମହାନ୍ତି, ରାଜେଶ ଧକସାମନ୍ତ, କମାଲ ଲୋଚନ, ସରୋଜ କୁମାର ନାୟକ, ଜଗନ୍ନାଥ ସାହୁ, ମୀରଜା ରିଜୁଆନ ବେଗ, ଶ୍ରୀମନ୍ତ ପଣ୍ଡା, କୁଳମଣି ଲେଙ୍କା, ତୁଷାର କାନ୍ତ ବେହେରା, ଚିତ୍ତ ରଞ୍ଜନ ସାହୁ, ଲୋଚନ ମୁଦୁଲି, ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
More Stories
ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ…..
ନିଯୁକ୍ତ ହେବେ ସ୍ବାସ୍ଥ୍ୟ କର୍ମୀ,ରହିତାଦେଶ ହଟାଇଲେ ହାଇକୋର୍ଟ…..
ଜାଲ୍ ଦସ୍ତାବିଜ୍ ଦେଇ ଋଣ:ବିଲ୍ଡର ଦମ୍ପତି ଗିରଫ…..