ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୬ତାରିଖରୁ ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଖୋଲିବ। ଏହି ସପ୍ତାହର ଶନିବାର ଓ ରବିବାର ଏହା ଖୋଲା ରହିବ ବୋଲି ସୂଚନା ମିଳିଛି | ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଉକ୍ତ ଦୁଇଦିନ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ), ଜେନେରାଲ୍ ସର୍ଜରୀ (ଶଲ୍ୟ ଚିକିତ୍ସା) ଓ ସ୍କିନ୍ (ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ଚିକିତ୍ସା କରିବେ । ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶେଷ ଦୁଇଦିନ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି ।ତ ୬ ତାରିଖ ଦିନ ଏମ୍ସ ନିର୍ଦ୍ଦେଶକଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା । ପ୍ରତିରକ୍ଷା ବିଭାଗ କଲୋନୀରେ ପୂର୍ବରୁ ଚାଲିଆସିଥିବା ଏହି ଚିକିତ୍ସା କରୋନା ସମୟରେ ବନ୍ଦ ଥିବାରୁ ତାହାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରାଯାଇଥିଲା । ତେଣୁ ଏହି ସ୍ୱାସ୍ଥ୍ୟସେବା ଆରମ୍ଭ ହେବାକୁ ଯାଉଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି ।






More Stories
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..