ରିପୋର୍ଟ କାର୍ଡ / ସମ୍ବଲପୁର
ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଷ୍ଟେସନ ନିକଟ ଏ. କଟାପାଲି ଓଭରବ୍ରିଜ ନିକଟରେ। ଉଭୟଙ୍କର ପରିଚୟ ମିଳିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ମୃତଦେହ ପାଖରେ ଚପଲ, ବିସ୍କୁଟ, ଖାତା, ବ୍ଲୁ ଟୁଥ୍, ବ୍ୟାଗ ଓ ପାଉଁଜି ପଡ଼ିଛି। ଆଜି ସକାଳେ ଯୁବକ ଓ ଯୁବତୀଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବୁର୍ଲା ପୁଲିସକୁ ଖବର ଦେଇଥିଲେ। ବୁର୍ଲା ପୁଲିସ ଜିଆରପିକୁ ଖବର ଦେଇଥିଲେ। ବୁର୍ଲା ପୁଲିସ ଓ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….