ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ରୀଷ୍ମ ତାତିରେ ଆଉଟୁପାଉଟୁ ହେଉଥିବା ରାଜ୍ୟବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିବ । ଉତ୍ତରକୂଳ ଓଡ଼ିଶା ସମେତ ଊତ୍ତର-ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ଥିବାରୁ ଏନେଇ ରାଜ୍ୟ ପାଣିପାଗ ବିଭାଗ ସେହି ସବୁ ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣି ଜାରି କରିଛି । ସେହି ସବୁ ଜିଲ୍ଲାଗୁଡ଼ିକ ହେଲା-କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ । ତେବେ ଏହି ସବୁ ରାଜ୍ୟରେ ପ୍ରାୟ ୩୦ରୁ ୪୦ କିଲୋମିଟରରେ ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହାଛଡ଼ା କାଳବୈଶାଖୀର ପ୍ରଭାବ ଜଗତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପଡ଼ିପାରେ । ଅନ୍ୟପକ୍ଷରେ, ରାଜ୍ୟର କେତେକ ସ୍ଥାନରେ ଏବେ ବି ତାତି ଜାରି ରହିଛି । ଝାରସୁଗୁଡ଼ାରେ ଆଜି ସର୍ବାଧିକ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିଅସ୍ ରହିଥିଲା ବେଳେ ସୋନପୁରରେ ୪୩. ୯ ଡିଗ୍ରୀ ତାପମାତ୍ରା ରହିଛି ।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……