ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ । ଆଜିଠୁ ମାଟ୍ରିକ୍ ଆଡମିଟ୍ କାର୍ଡ ମିଳିବ | ତେବେ ଉକ୍ତ ପରୀକ୍ଷାର ଆଡମିଟ୍ କାର୍ଡ ଆଜିଠାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡ ମଧ୍ୟ ୱେବସାଇଟରୁ ମିଳିପାରିବ । ଆଜି ପୂର୍ବାହ୍ନ ୧୦ଟା ଠାରୁ ବୋର୍ଡ ୱେବସାଇଟରେ ଆଡମିଡ୍ କାର୍ଡ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଓ ପାସୱାର୍ଡ ବ୍ୟବହାର କରି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେହିପରି କରେସପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ସେମାନଙ୍କର ନାମ ଓ ପିତାଙ୍କ ନାମ ଲଗ୍ ଇନ୍ କରି ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ |
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..