ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ୧୦ ଜନପଥ ବାସଭବନରେ ଷୋମବାର ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା, ମୁକୁଲ ୱାସନିକ, ରଣଦୀପ ସିଂହ ସୁର୍ଜେୱାଲା , କେସି ବେଣୁଗୋପାଳ ଏବଂ ଅମ୍ବିକା ସୋନି ଯୋଗ ଦେଇଥିଲେ। ପ୍ରାୟ ୫ ଘଣ୍ଟା ଧରି ବୈଠକ ଚାଲିଥିଲା। ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନ ଏବଂ ଅନ୍ୟ ବିଧାନସଭା ନିର୍ବାଚନ ନେଇ ଗତ ୨ ଦିନ ତଳେ ସୋନିଆଙ୍କ ନିକଟରେ ଏକ ଯୋଜନା ଉପସ୍ଥାପନା କରିଥିଲେ। ଆଜି ପ୍ରଶାନ୍ତ କିଶୋରଙ୍କର ଏହି ମିସନ୍ ୨୦୨୪ ଯୋଜନା ଉପରେ ଆଲୋଚନା ହୋଇଛି। ବୈଠକ ସମୟରେ ସୋନିଆ ପୃଥକ୍ ଭାବେ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଭେଟିଥିବା ଜଣାପଡ଼ିଛି। ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନ ନେଇ କଂଗ୍ରେସ ନେତୃବୃନ୍ଦଙ୍କ ନିକଟରେ ସେ ଏକ ବିସ୍ତୃତ ଯୋଜନା ଉପସ୍ଥାପନା କରିଥିଲେ। କଂଗ୍ରେସ ୩୭୦ ସଂସଦୀୟ ଆସନ ଉପରେ ଫୋକସ୍ କରିବାପାଇଁ କିଶୋର ପ୍ରସ୍ତାବ ଦେଇଛନ୍ତି। ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ କଂଗ୍ରେସ ଏକା ନିର୍ବାଚନ ଲଢ଼ିବାପାଇଁ ପ୍ରଶାନ୍ତଙ୍କ ଯୋଜନାରେ ରହିଛି। ଅନ୍ୟପକ୍ଷେ ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ କଂଗ୍ରେସ ମେଣ୍ଟରେ ଲଢ଼ିବାପାଇଁ ପ୍ରଶାନ୍ତ କିଶୋର କହିଛନ୍ତି। ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରାଜି ଥିଲେ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..