ରିପୋର୍ଟ କାର୍ଡ / କଟକ
ସିଲଭର ସିଟି କଟକ ଭେଜାଲ ଜିନିଷର ହବ ପଟାଟିଛି। ଲକଲି ଗୁଟଖା, ଚା, ମସଲା ଗୁଣ୍ଡ, ଘିଅ ହୋଇସାରିଥିବା ବେଳେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । ବିପୁଳ ପରିମାଣର ଡିଟରଜେଣ୍ଟ ପାଉଡର ଜବତ କରିଛି ପୋଲିସ । ଜବତ ଡିଟରଜେଣ୍ଟର ପରିମାଣ ୧୫୪୦ କିଲୋଗ୍ରାମ ବୋଲି ସୂଚନା ରହିଛି । ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସର ଚଢାଉ କରିବା ପରେ ଜବତ ହୋଇଛି । ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କେଜିର କଞ୍ଚାମାଲ୍ ବି ଜବତ ହୋଇଛି । ତେବେ ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।






More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..