ରିପୋର୍ଟ କାର୍ଡ / କଟକ
ସିଲଭର ସିଟି କଟକ ଭେଜାଲ ଜିନିଷର ହବ ପଟାଟିଛି। ଲକଲି ଗୁଟଖା, ଚା, ମସଲା ଗୁଣ୍ଡ, ଘିଅ ହୋଇସାରିଥିବା ବେଳେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । ବିପୁଳ ପରିମାଣର ଡିଟରଜେଣ୍ଟ ପାଉଡର ଜବତ କରିଛି ପୋଲିସ । ଜବତ ଡିଟରଜେଣ୍ଟର ପରିମାଣ ୧୫୪୦ କିଲୋଗ୍ରାମ ବୋଲି ସୂଚନା ରହିଛି । ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସର ଚଢାଉ କରିବା ପରେ ଜବତ ହୋଇଛି । ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କେଜିର କଞ୍ଚାମାଲ୍ ବି ଜବତ ହୋଇଛି । ତେବେ ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।
More Stories
ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ…..
ଭିକାରିମୁକ୍ତ ହେବ ରାଜ୍ୟ,କଟକରେ ସର୍ବାଧିକ…..
କଟକରେ ମହିଳାଙ୍କୁ ଗଳାକାଟି ହତ୍ୟା…..