ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ବାର୍ଷିକ ଚାଉଳ ଓ ଗହମ ଠାରୁ ଦୁଗ୍ଧ ଉତ୍ପାଦନ ଅଧିକ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ଦେଶରେ ବାର୍ଷିକ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ହେଉଛି। ଏବେ ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତ ଅଗ୍ରଣୀ। ଖାଦ୍ୟ ଅଭାବ ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ହେଲେ ଏହାକୁ ଅର୍ଥନୀତିଜ୍ଞମାନେ ଦୃଷ୍ଟି ଦେଉନାହାନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ବନାସ୍କାନ୍ତ ଜିଲ୍ଲା ଅନ୍ତର୍ଗତ ଦିଓଧର ଠାରେ ବନାସ ଡାଏରୀର ନୂଆ ଦୁଗ୍ଧ ଉତ୍ପାଦନ କମ୍ପ୍ଲେକ୍ସ ଓ ଆଳୁ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଉଦଘାଟନ କରି ଏହା କହିଛନ୍ତି। ଗ୍ରାମାଞ୍ଚଳ ବିକେନ୍ଦ୍ରିକରଣ ଅର୍ଥନୀତି ବ୍ୟବସ୍ଥା ଏଥିପାଇଁ ଉଦାହରଣ ହୋଇଛି। ଏହି କ୍ଷେତ୍ରରେ କ୍ଷୁଦ୍ର ଚାଷୀ ଏବେ ସବୁଠାରୁ ବଡ ହିତାଧିକାରୀ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ ଏହି ଅବସରରେ ପାଲନପୁର ଠାରେ ସମଗ୍ର ଦେଶ ନିମିତ ବାନାସ ସମ୍ପ୍ରଦାୟ ରେଡିଓ ଷ୍ଟେସନ ଲୋକାର୍ପଣ କରିଥିଲେ। ଛେନା ତିଆରି ବିଭିନ୍ନ ଜିନିଷ ଉତ୍ପାଦନର ଏକ ୟୁନିଟ୍ ଓ ହଳଦି ପାଉଡର ଉତ୍ପାଦନ ୟୁନିଟର ବିସ୍ତାରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରିଥିଲେ। ଡାମା ଠାରେ ଜୈବିକ ଖତ ଓ ବାଓଗ୍ୟାସ୍ ପ୍ଲାଣ୍ଟ ଲୋକାର୍ପଣ କରିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….