Report Card Odisha

| Daily Odia News

ଯାଞ୍ଚ ହେବ ସ୍କୁଲ ପିଲାଙ୍କ ଗାଡ଼ି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଓ ଅନ୍ୟାନ୍ୟ ଲାଇଟ୍‌ ଗାଡି ଯାଞ୍ଚ କରାହେବ । ଯାଞ୍ଚ ନେଇ ସବୁ ଆଞ୍ଚଳିକ ପରିବହନ ଅଫିସ୍‌କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟ୍‌ନେସ, ପରମିଟ୍‌, ବୀମା ଆଦିର ଯାଞ୍ଚ କରାଯିବ। ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ। ବିଶେଷକରି ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସ୍‌ଟିଏ ଗୁରୁତ୍ୱ ଦେଇଛି। ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍‌ ନ ଥିବା ଗାଡ଼ି ଛୋଟ ପିଲାମାନଙ୍କୁ ବିପଦଶଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଅନେକ ସମୟରେ ଗାଡିଗୁଡ଼ିକ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Breaking News