ରିପୋର୍ଟ କାର୍ଡ / ମୟୁରଭଞ୍ଜ
ନିଶା ଖାଇବା କୁ ମା’ ୧୦୦ ଟଙ୍କା ଦେବାକୁ ମନା କରିବାରୁ ରାଗରେ ପିଟିପିଟି ହତ୍ୟା କରିଛି ପୁଅ । ଏଭଳି ଦୁଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ହାଟ ପଡିଆରେ | ନିଶା ଆଗରେ ତୁଚ୍ଛ ପାଲଟିଲା ମା’ର ସ୍ନେହ ମମତା । ସୂଚନା ଅନୁସାରେ- ଆଜି ପୁଅ ମାକୁ ନିଶା ଖାଇବା ପାଇଁ ୧୦୦ ଟଙ୍କା ମାଗିଥିଲେ ହେଁ ମା ମନା କରି ଦେଇଥିଲା । ଉତ୍କ୍ଷିପ୍ତ ପୁଅ ଏକ ଠେଙ୍ଗାରେ ପିଟି ପିଟି ମା’କୁ ହତ୍ୟା କରିଛି । ମା’କୁ ହତ୍ୟା କରିବା ପରେ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିବା ସୂଚନା ମିଳିଛି । ଖବର ପାଇ ଯଶୀପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..