ରିପୋର୍ଟ କାର୍ଡ / ଯାଜପୁର
ଭୋଜି ଖାଇ ୪୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଭଦ୍ରକ ଜ଼ିଲ୍ଲା ହସନାବାଦ ଅଷ୍ଟକ ଗ୍ରାମରେ ଗତକାଲି ଦଶିଆ ବେହେରାଙ୍କ ଘରେ ଏକୋଇଶିଆ ଭୋଜି ଆୟୋଜନ ହୋଇଥିଲା । ଆଜି ପ୍ରାୟ ଛୋଟରୁ ବଡ ୪୦ ଜଣ ପାଖାପାଖି ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇ ମଙ୍ଗଳପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ଅଛନ୍ତି ଏବଂ ଯେଉଁ ମାନଙ୍କ ଅବସ୍ଥା ଗୁରୁତର ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..