ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନାଲ କୁ କାର ଖସି ୫ ଜଣଙ୍କ ମୃତ୍ୟୁ ଘଟିଛି | ସୋମବାର ଲୁଧିଆନାରେ ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ଅନୁସାରେ- ଏକ କାର କେନାଲ ମଧ୍ୟକୁ ଖସି ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାୟ ରାତି ୧୨ଟା ସମୟରେ ଘଟିଥିଲା। ଅନେକ ସମୟ ପରେ କେନାଲ ମଧ୍ୟରେ କାରକୁ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ମିଳିଥିବା ସୂଚନାନୁଯାୟୀ, ଗତକାଲି ପ୍ରାୟ ରାତି ୧୨ଟା ସମୟରେ ପାୟଲ ଗ୍ରାମ ନିକଟ ଝାମତ ପୋଲ ନିକଟରେ ଏକ କାର କେନାଲ ମଧ୍ୟକୁ ଖସିପଡିଥିଲା। କାରରେ ୬ ଜଣ ଥିବା ବେଳେ ୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଟି ଦ୍ରୁତ ଗତିରେ ଥିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡିଛି ବୋଲି ପୁଲିସ ସନ୍ଦେହ କରୁଛି। ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..