ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନାଲ କୁ କାର ଖସି ୫ ଜଣଙ୍କ ମୃତ୍ୟୁ ଘଟିଛି | ସୋମବାର ଲୁଧିଆନାରେ ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ଅନୁସାରେ- ଏକ କାର କେନାଲ ମଧ୍ୟକୁ ଖସି ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାୟ ରାତି ୧୨ଟା ସମୟରେ ଘଟିଥିଲା। ଅନେକ ସମୟ ପରେ କେନାଲ ମଧ୍ୟରେ କାରକୁ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ମିଳିଥିବା ସୂଚନାନୁଯାୟୀ, ଗତକାଲି ପ୍ରାୟ ରାତି ୧୨ଟା ସମୟରେ ପାୟଲ ଗ୍ରାମ ନିକଟ ଝାମତ ପୋଲ ନିକଟରେ ଏକ କାର କେନାଲ ମଧ୍ୟକୁ ଖସିପଡିଥିଲା। କାରରେ ୬ ଜଣ ଥିବା ବେଳେ ୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଟି ଦ୍ରୁତ ଗତିରେ ଥିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସି ପଡିଛି ବୋଲି ପୁଲିସ ସନ୍ଦେହ କରୁଛି। ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..