ରିପୋର୍ଟ କାର୍ଡ / ସମ୍ବଲପୁର
ସ୍କୁଲ ଯିବା ବେଳେ ଜଣେ ଦଶମ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଭଣ୍ଡାର ପଞ୍ଚାୟତ ଚୁଲିମାଳ ଗାଁରେ| ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦାଦାଙ୍କୁ ଅଟକାଇବାକୁ ଯିବାବେଳେ ଠେଙ୍ଗାରେ ପିଟିଥିଲେ ପଡୋଶୀ । ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଆଡମିଟ୍ କାର୍ଡ ପାଇଁ ସ୍କୁଲ ଯାଉଥିଲେ । ଆକ୍ରମଣ ପରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..