Report Card Odisha

| Daily Odia News

ଖୁବ ଶୀଘ୍ର ପିସିସି ପରିବର୍ତ୍ତନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କଂଗ୍ରେସରେ ପିସିସି ସଭାପତି ପରିବର୍ତ୍ତନ ନେଇ ରାଜନୀତି ଜୋର ଧରି ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପିସିସି ପ୍ରଭାରୀ ଚେଲା କୁମାର । ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଚେଲା କୁମାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ଆଲୋଚନା ହେବ । ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବ । ୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ବି ଏଯାବତ୍ ଗ୍ରହଣ କରାଯାଇନି । ଆଜିର ଆଲୋଚନା ପରେ ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ଦିଆଯିବ ।’ ତେବେ ସୋନିଆ ଗାନ୍ଧୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଚେଲା କୁମାର ।

Breaking News