ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି କରୋନା କାୟା ବିସ୍ତା କରିବାରେ ଲାଗିଛି | ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଭିତରେ ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟିକା । କରୋନା ଏବେ କାୟା ବିସ୍ତାର କରୁଥିବା ବେଳେ ଦେଶରେ ମଧ୍ୟ କରୋନାର ଗ୍ରାଫ୍ ଏବେ ଉପରମୁହାଁ ହୋଇଛି । ଖାସକରି କୁନି ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ କରୋନା ବିପକ୍ଷ ଲଢେଇକୁ ଉଚିତ୍ ଢଙ୍ଗରେ ମୁକାବିଲା କରାଯାଇପାରିବ ।






More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..