ରିପୋର୍ଟ କାର୍ଡ / ମୟୁରଭଞ୍ଜ
ନାଗକୁ ଧରି ନାଗିନ୍ ଡ୍ୟାନ୍ସ କରିବା ମହଙ୍ଗା ପଡିଛି। ବରଯାତ୍ରୀ ଶୋଭାଯାତ୍ରାରେ ନାଗକୁ ଧରି ଡ୍ୟାନ୍ସ କରିବା ଘଟଣାରେ ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି ବନବିଭାଗ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ଅନୁଯାୟୀ, ବରଯାତ୍ରୀ ଶୋଭାଯାତ୍ରାରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଏକ ବିନ୍ ବଜେଇ ବିଷାକ୍ତ ସାପକୁ ଧରି ନାଗିନ୍ ଡ୍ୟାନ୍ସ କରୁଥିଲେ । ସର୍ବସାଧାରଣଙ୍କ ସମ୍ମୁଖରେ ଏହି ସାପୁଆ କେଳା ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିଲା। ଏନେଇ ଖବର ପାଇବା ପରେ କରଞ୍ଜିଆ ବନ ବିଭାଗ ସାପ ଖେଳାଳୀ ଏବଂ ବାଜା ବଜାଉଥିବା ସମୁଦାୟ ୫ ଜଣଙ୍କୁ ଅଟକ ରଖିଛି। ଏହା ସହ ସାପକୁ ଉଦ୍ଧାର କରିଛି ବନ ବିଭାଗ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..