ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଘର ଭିତରୁ ପରିବାରର ୩ ମୃତଦେହ ଉଦ୍ଧାର କରାଯାଇଛି । ୧୫ ମାସର ଶିଶୁ ସହ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ | ତେବେ ମୃତ ଦମ୍ପତ୍ତି ମହାରାଷ୍ଟ୍ରର ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧାର ମୃତ୍ୟୁର କାରଣ ଜଣାପଡିଛି । ୧୫ ମାସର ଶିଶୁକନ୍ୟାକୁ ହତ୍ୟା ପରେ ବାପା-ମା ଆତ୍ମହତ୍ୟା କରିଥିବା କୁହାଯାଉଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ । ଅନ୍ୟପଟେ ସମ୍ପତ୍ତି ବିବାଦକୁ ନେଇ ସେମାନେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..