ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି| କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱରର ଡିସିପି ହୋଇଛନ୍ତି ପ୍ରତୀକ ସିଂ । ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୋଲିସ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସ୍ପେଶାଲ ଡିଜି ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ଜେଲ୍ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ସେବା ଓ ହୋମ୍ ଗାର୍ଡସ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏବେ ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି (ଏଡିଜି) ଭାବେ ନୂଆ ନିଯୁକ୍ତି ମିଳିଛି। ତେବେ ପରିବହନ କମିଶନର ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଟ୍ୱିନ୍ ସିଟି ଅତିରିକ୍ତ ପୋଲିସ କମିଶନର ଥିବା ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାକୁ ବଦଳି କରାଯାଇଛି। ସେହିପରି ଅନେକ ଜିଲ୍ଲାର ଏସ୍ପିମାନଙ୍କୁ ବଦଳି କରାଯାଇଛି। ନବରଙ୍ଗପୁର ଏସ୍ପି ଥିବା ପରମାର ସ୍ମିତ ପରଷୋତ୍ତମଦାସଙ୍କୁ ବରଗଡ଼ ଏସ୍ପି ଭାବେ ବଦଳି କରାଯାଇଛି। ଏବେ ବରଗଡ଼ ଏସ୍ପି ଥିବା ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି। କଳାହାଣ୍ଡି ଏସ୍ପି ଶ୍ରବଣ ବିବେକ ଏମ୍ଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ବଦଳି କରାଯାଇଛି। ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଥିବା ଏସ୍. ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍ପି, ନାରକୋଟିକ୍ସ ସ୍ପେଶାଲ୍ ଟାକ୍ସ ଫୋର୍ସ ଏସ୍ପି ଅଭିଳାଷ ଜି.ଙ୍କୁ କଳାହାଣ୍ଡି ଏସ୍ପି ଓ ଖୋର୍ଦ୍ଧା ଏସ୍ପି ଥିବା ଅଖିଳ ପହି (ଓପିଏସ୍)ଙ୍କୁ ନୟାଗଡ଼ ଏସ୍ପି ଭାବେ ବଦଳି କରାଯାଇଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..