ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାହୁଲ ଗାନ୍ଧି ନାଁ ପ୍ରିୟଙ୍କା ଗାନ୍ଧି କଂଗ୍ରେସର ନେତୃତ୍ୱ ପାଇଁ ଏହି ଦୁହିଙ୍କ ଭିତରୁ କାହା ନାମ ବି ପ୍ରସ୍ତାବ ଦେଇ ନାହାନ୍ତି । ଗୁରୁବାର ଏକ ଜାତୀୟ ଟେଲିଭିଜନ ଶୋ’ରେ ଯୋଗ ଦେଇ ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ତେବେ ଲିଡରସିପ୍ ଫର୍ମୁଲାରେ କେହି ତୃତୀୟ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହୋଇଥିଲା କି ପ୍ରଶ୍ନ ହେବାରୁ ଏହାକୁ ଖଣ୍ଡନ କରିଥିଲେ ପ୍ରଶାନ୍ତ । ସେ କହିଛନ୍ତି ଯେ, କଂଗ୍ରେସରେ ଲିଡରସିପ୍ ଫର୍ମୁଲାରେ ତୃତୀୟ ବ୍ୟକ୍ତିକୁ ନେଇ ଆଲୋଚନା ହୋଇ ନାହିଁ । ଏହି କାର୍ଯ୍ୟକ୍ରମରେ କଂଗ୍ରେସକୁ ଆଉ ପିକେଙ୍କର ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦଳର ତା’ର ନିଷ୍ପତ୍ତି ନିଜେ ନେଇ ପାରିବ ବୋଲି ସେ କହିଛନ୍ତି । ଆବଶ୍ୟକତା ଠାରୁ ମୋ ଛବିକୁ ଅଧିକ କରି ଉପସ୍ଥାପନା କରୁଛି ଗଣମାଧ୍ୟମ। ରାହୁଲ ଗାନ୍ଧିଙ୍କଠାରୁ ମୋର ଗୁରୁତ୍ୱ ଅଧିକ ନୁହଁ। ଯେଉଁଥି ପାଇଁ ରାହୁଲ ଗାନ୍ଧି ମୋ ଉପରେ ଫୋକସ କରିବେ। କଂଗ୍ରେସକୁ ଆଉ ପିକେର ଆବଶ୍ୟକତା ନାହିଁ। ଦଳ ତାର ନିଜ ନିଷ୍ପତ୍ତି ନେବାକୁ ସମର୍ଥ। ମୁଁ ଯାହା କଂଗ୍ରେସକୁ କହିବା କଥା କହିଦେଇଛି। ଏବେ ତାକୁ ସେମାନେ କାର୍ଯ୍ୟକାରୀ କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭରଶୀଳ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଉଲ୍ଲେଖ ଯୋଗ୍ୟ- କିଛି ଦିନ ତଳେ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦଳ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। କହିଛନ୍ତି କି, କଂଗ୍ରେସ ନିଜକୁ ନିଜେ ସଜାଡ଼ିବା ବା ପୁନଃଶକ୍ତିଶାଳୀ କରିବାକୁ ସକ୍ଷମ। ଦଳକୁ ସଜାଡ଼ିବା ପାଇଁ ମୋର କୌଣସି ଆବଶ୍ୟକତା ନାହିଁ। ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପିକେ କହିଛନ୍ତି, “ଦଳର ଭବିଷ୍ୟତ ଯୋଜନା ପାଇଁ କଂଗ୍ରେସ ନେତୃବୃନ୍ଦ ଓ ମୁଁ ଅନେକ ପ୍ରସଙ୍ଗରେ ଏକମତ ହୋଇଥିଲୁ। କିନ୍ତୁ ସେମାନେ ନିଜେ ମଧ୍ୟ ସେଗୁଡ଼ିକୁ କରିବାକୁ ସକ୍ଷମ। ସେମାନଙ୍କ ପାଖରେ ଅନେକ ବଡ଼ବଡ଼ ନେତା ଅଛନ୍ତି। ମୋର କୌଣସି ଆବଶ୍ୟକତା ନାହିଁ। ସେମାନେ ମୋତେ ଦଳରେ ମିଶିବାକୁ ପ୍ରସ୍ତାବ ଦେଇଥିଲେ ଓ ମୁଁ ଏହାକୁ ବେଶ ବିନମ୍ରତାର ସହ ମନା କରିଦେଇଛି। ମୁଁ ସେମାନଙ୍କୁ ଯାହା କହିବାକୁ ଚାହୁଁଥିଲି, ତା’ କହି ସାରିଛି। ୨୦୧୪ ପରେ ପ୍ରଥମଥର ପାଇଁ ଦଳ ନିଜର ଭବିଷ୍ୟତ ଯୋଜନାକୁ ନେଇ ଏପରି ଗଠନମୂଳକ ଆଲୋଚନା କରିଛି। କିନ୍ତୁ ମୋର କ୍ଷମତାସମ୍ପନ୍ନ କ୍ରିୟାନୁଷ୍ଠାନ ଗ୍ରୁପ୍ କାର୍ଯ୍ୟକାରିତା ଉପରେ ସନ୍ଦେହ ରହିଛି। ସେମାନେ ଏହି ଗ୍ରୁପରେ ମୋତେ ଚାହୁଁଥିଲେ। ଏହି ଗ୍ରୁପ୍ ଆବଶ୍ୟକ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବ। ଏହାର କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି।”






More Stories
ଜେଲରୁ ମୁକୁଳିବେ ସୋନମ ୱାଙ୍ଗଚୁକ…..
କଂଗ୍ରେସ ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି…..
ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ……