Report Card Odisha

| Daily Odia News

ଥିଙ୍କର୍ସ୍ କ୍ଳବ ର୍ ୨୮ ତମ ଆଲୋଚନା ମଧୁ ବାବୁ ଓ ଓଡ଼ିଶାର ପ୍ରଗତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମଧୁ ବାବୁଙ୍କ ସ୍ଵପ୍ନ କୁ ସାକାର କରିବା ଓ ଓଡ଼ିଶାର ପ୍ରଗତି ପାଇଁ ପ୍ରବାସୀ ଓଡ଼ିଆ ମାନେ ପ୍ରତିଶୃତିବଧ୍। ଥିଙ୍କର୍ସ୍ କ୍ଳବ ର୍ ପ୍ରଥମ ବାର୍ଷିକ ଜୟନ୍ତୀ ଓ ୨୮ ତମ ଆଭାସୀ ଆଲୋଚନାରେ ଅତିଥି ଭାବେ ଯୋଗଦେଇ ଶ୍ରୀ ବିବେକ ପଟ୍ଟନାୟକ ଆଇ ଏ ଏସ୍ କହିଲେ ଯେ ଓଡ଼ିଶା ର୍ ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ ଦରକାର । ପ୍ରବାସୀ ଓଡ଼ିଆ ମାନେ ଏ ଦିଗରେ ଚିନ୍ତା କରି କାର୍ଯ୍ୟକ୍ରମ ଆଗେଇ ନେବାକୁ କହିଥିଲେ । ସରକାରଙ୍କ ସହଯୋଗ ପାଇଁ ପ୍ରବାସୀ କଳିଙ୍ଗ ମିତ୍ର ସମାଜ ପ୍ରସ୍ତୁତ ବୋଲି ପ୍ରତିନିଧି ଡ଼ ମାନସ ପ୍ରଧାନ ଦୁଵାଇ ରୁ ପ୍ରକ।ଶ୍ କରି ଥିଲେ । ପ୍ରଫେସର୍ ଗୌତମ ସାହା, ପ୍ରଫେସର୍ ସତ୍ୟ ନାରାୟଣ ମିଶ୍ର,ବାହାରିନ୍ ରୁ ସୁବାସ ସାହୁ , ମାସ୍କଟ ରୁ ବିନୋଦ ମହାନ୍ତି, ଉମସଙ୍କର୍ ମିଶ୍ର, ମଧୁ ବାବୁ ଓ ଓଡ଼ିଶା ର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ l ବିଭିନ୍ନ ଖେତ୍ର ରେ ବିକାଶ ପାଇଁ ପ୍ରସ୍ତାବ ଦେଇ ସରକାର ଙ୍କ ସହଯୋଗ ସମ୍ପର୍କରେ ମତ ଦେଥିଳେ । ଆୟର ଲ।ଣ୍ଡ୍ ରୁ ଶ୍ରୀମ।ର।ଣି ଦାସ ଧନ୍ୟବାଦ ଦେଇଥିଲେ । ଵିଭୂଦତ୍ତ ମହାନ୍ତି ପରିଚଳନା କରିଥିଲେ । ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ କାର୍ଯ୍ୟକ୍ରମ କୁ ସଂଯୋଜନା କରି ମଧୁ ବାବୁଙ୍କ ଜାତିୟ ଭାବ ଉଦ୍ରେଖ୍ କଳ। ଭଳି ଲିଖିତ ପଦ୍ୟା ବଳିକୁ କହିଥିଲେ।

 

Breaking News