Report Card Odisha

| Daily Odia News

ଭିଏସସନଗରରେ ଜଳଛତ୍ର ଶିବିର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିପ୍ରେକ୍ଷୀରେ ଭିଏସସନଗର ସରକାରୀ ହାଇସ୍କୁଲ ନିକଟରେ ଓଡିଶା ପରିବାର ଆନୁକୂଲ୍ୟରେ ଏକ ଜଳଛାତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ମାନ୍ୟବର ବିଧାୟକ ଶୋଷଣ୍ତ କୁମାର ରାଉତ , ଓଡିଶା ମୋ ପରିବାର ସଂଯୋଜକ ଡ଼.ପ୍ରକାଶ ତ୍ରିପାଠୀ, କର୍ପୋରେଟର ପ୍ରଭାସିନୀ ମହାନ୍ତି ଯୋଗଦେଇ ଉଦ୍ଘାଟନ କରିଥିଲେ | ଏହି କେନ୍ଦ୍ରରେ ସରକାରୀ ହାଇସ୍କୁଲରେ ପରୀକ୍ଷା ହେଉଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଦହି ସର୍ବତ ଓ ଥଣ୍ଡା ପାଣି ପିଇ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବା ସହିତ ଅୟୋଜକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି | ଏହି କାର୍ଯ୍ୟ କ୍ରମରେ ୱାର୍ଡ ସଭାପତି ମହେଶ୍ୱର ବିଶ୍ୱାଳ ଙ୍କ ସମେତ ଜୟ ମା ଓ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ |

Breaking News