ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ କେବଳ ଜନସାଧାରଣଙ୍କ ସ୍ବାସ୍ଥ୍ୟ ନୁହେଁ, ଅର୍ଥନୀତିର ସ୍ବାସ୍ଥ୍ୟ ମଧ୍ୟ ଉନ୍ନତ କରୁଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୨ କନ୍ଫରେନ୍ସ୍’କୁ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଉଦ୍ଘାଟନ କରି କହିଛନ୍ତି। ଉଦ୍ବୋଧନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ଭାରତରେ ‘ସେମିକନ୍ ଇଣ୍ଡିଆ କନ୍ଫରେନ୍ସ୍’ର ଉଦ୍ଘାଟନୀ ଉତ୍ସବକୁ ଆପଣମାନଙ୍କୁ ସ୍ବାଗତ କରି ମୁଁ ଖୁବ୍ ଆନନ୍ଦିତ। ଉଦ୍ବୋଧନ ଦେବା ସମୟରେ, ନୂଆକରି ସୃଷ୍ଟି ହେଉଥିବା ‘ସେମିକଣ୍ଡକ୍ଟର୍’ କ୍ଷେତ୍ର ପାଇଁ ଭାରତ ଆକର୍ଷଣୀୟ ହେବାର ୬ଟି କାରଣ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ୬ଟି କାରଣ ମଧ୍ୟରେ ରହିଛି ୧.୩ କୋଟି ନାଗରିକଙ୍କୁ ସଂଯୋଗ କରିବା ଲାଗି ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ। ‘୫ଜି’ ଭଳି ଆଗାମୀ ପିଢ଼ିର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ, ସୁଦ୍ଧ ଇନ୍ଧନ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍’ ଇତ୍ୟାଦି। ସେ ଆହୁରି ମଧ୍ୟ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ପାଇଁ ବଳିଷ୍ଠ ଆର୍ଥିକ ବିକାଶ, ବ୍ୟବସାୟ ସହଜ ପାଇଁ ସଂସ୍କାର, ତରୁଣ ଭାରତୀୟଙ୍କ ଦକ୍ଷତାବିକାଶ ଏବଂ ତାଲିମ ପାଇଁ ବିପୁଳ ବିନିଯୋଗ କରାଯାଉଛି। ଏକବିଂଶ ଶତାବ୍ଦୀର ଆବଶ୍ୟକତା ନିମନ୍ତେ ଆଜି ଆମେ ଯୁବ ଭାରତୀୟଙ୍କ ଦକ୍ଷତା ବିକାଶ କରୁଛୁ। ବିଶ୍ବର ୨୦% ଇଞ୍ଜିନିୟର୍ ତିଆରି କରି ଆମେ ଅସାଧାରଣ ‘ସେମିକଣ୍ଡକ୍ଟର୍ ଡିଜାଇନ୍ ଟାଲେଣ୍ଟ୍’ର ଅଧିକାରି ହୋଇପାରିଛନ୍ତି। ଏହାଛଡ଼ା, ପ୍ରଧାନମନ୍ତ୍ରୀ ‘ୟୁନିଫାଏଡ୍ ପେମେଣ୍ଟ୍ ସିଷ୍ଟମ୍’ (ୟୁପିଆଇ) ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..