ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ବଠିଣ୍ଡା ବସ୍ ଷ୍ଟାଣ୍ଡରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଜଣେ କଣ୍ଡକ୍ଟର ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ନିଆଁ ଲାଗିବା ପରେ ଅନ୍ୟ ବସ୍ ଓ ଗାଡ଼ିଗୁଡ଼ିକୁ ଅନ୍ୟତ୍ର ନିଆଯାଇଥିଲା । ହେଲେ ନିଆଁ ଏତେ ଯେ ଭୟଙ୍କର ଥିଲା ସଙ୍ଗେସଙ୍ଗେ ଦୁଇଟି ବସକୁ ବ୍ୟାପି ଯାଇଥିଲା । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ବସ୍ରେ କିପରି ନିଆଁ ଲାଗିଲା ସେନେଇ ପୁଲିସ ତଦନ୍ତ କରୁଛି । ମୃତ କଣ୍ଡକ୍ଟରଙ୍କ ମୃତଦେହ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।






More Stories
ମୋଦୀ ଡାକିଲେ ଜରୁରୀ ବୈଠକ…..
ଦେଶରେ ଆସୁଛି ଆର୍ଥିକ ଝଡ଼; ପ୍ରଧାନମନ୍ତ୍ରୀ ଟଫି ବାଣ୍ଟୁଛନ୍ତି…..
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..