Report Card Odisha

| Daily Odia News

ପ୍ରେମିକକୁ ଟଙ୍କା ଦେଇ ବନ୍ଧା ହେଲେ ଯୁବତୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଭିନ୍ନ ବହନ ଦେଖାଇ କଲେଜ ଆକାଉଣ୍ଟରୁ ଟଙ୍କା ଖୋଳ କରି ଲୁଚେଇ ଫୋନ ପେ’ ଓ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ବୟ ଫ୍ରେଣ୍ଡକୁ ପଠାଇ ଚାଲିଥିଲେ। ଶେଷରେ ଧରାପଡ଼ି ସମ୍ମାନ ସହ ପଦବୀ ମଧ୍ୟ ଯାଇଛନ୍ତି । ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ପ୍ରେମିକ ତଥା ଉକ୍ତ କଲେଜର ପୂର୍ବତନ ଛାତ୍ରଙ୍କୁ ଧରିବାକୁ ଝାରଖଣ୍ଡକୁ ସ୍ୱତନ୍ତ୍ର ଟିମ୍ ପଠାଇଛି। ଏନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଯୁବତୀ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ତାଙ୍କ ଗତିବିଧି ଉପରେ ସନ୍ଦେହ କରି କଲେଜ ପକ୍ଷରୁ ଅଡିଟି ହୋଇଥିଲା। ଯେଉଁଥିରେ ଏହି ଲେଡି ଆକାଉଣ୍ଟାଣ୍ଟ ପ୍ରାୟ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। କଲେଜ ପକ୍ଷରୁ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ସମ୍ପୃକ୍ତ ମହିଳା ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା ବେଳେ ସେ ସବୁ ସତ ମାନି ଯାଇଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇଛି। ଟଙ୍କା ଉଦ୍ଧାର ନିମନ୍ତେ ପଦକ୍ଷେପ ନିଆଯାଇଛି।

Breaking News